Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ନାଳକୁ ଖସିଲା ବସ୍, ୧୪ ଆହତ

ବିଶ୍ରା: ଭାରସାମ୍ୟ ହରାଇ ତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ରାଉରକେଲାରୁ ବମ୍ବୁଆ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ନାଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କହ୍ନେଇ ନାମକ ଏକ ଯାତ୍ରୀବାହୀ ବସ୍‌ (ଓଆର୧୪ପି୪୮୭୯) ବୁଧବାର ସଂଧ୍ୟା ସାଢ଼େ ୬ଟାସମୟରେ ରାଉରକେଲାରୁ ଯାତ୍ରୀଙ୍କୁନେଇ ବମ୍ବୁଆ ଅଭିମୁଖେ ଆସୁଥିଲା। ତେବେ ବିଶ୍ରାର ଆସିୟାନା କଲୋନୀ ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ।

ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳେ ଏକ ନାଳ ମଧ୍ୟକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ୧୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତେବେ ରାସ୍ତା ଖରାପ ପାଇଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Comments are closed.