୮୫ହଜାର ଟଙ୍କାର ଜାଲ୍ ନୋଟ ଜବତ, ୨ ଗିରଫ

ବାରିପଦା: ରାଜ୍ୟରେ ଜାଲ୍ ନୋଟ କାରବାର ବଢ଼ିବାରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସ ଏକ ଜାଲ୍ ନୋଟ୍ ରାକେଟ ଟାବ କରିଛି। ଜାଲି ନୋଟ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୮୫ହଜାର ଟଙ୍କାର ଜାଲି ନୋଟ ଜବତ ହୋଇଛି। ଏହା ସହିତ ସେମାନଙ୍କ ନିକଟରୁ ୨ଟି ଫୋନ ସହ ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି।
ଗତକାଲି ବିଳମ୍ୱିତ ରାତିରେ ଖବର ପାଇ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଥିଲା। ୨ ଅଭିଯୁକ୍ତକୁ ଗିରଫ କରିବା ସହ ଜାଲ୍ ନୋଟ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜିବାନେଇ ପୁଲିସ ଅଧିକ ତଦନ୍ତ କରୁଛି।