Odisha Link
Bridging the Missing Links in Odisha

ମରିଗଲା ମାନବିକତା: ଦିବ୍ୟାଙ୍ଗ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ମହାକାଳପଡା: ଦିବ୍ୟାଙ୍ଗ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଳାଇଲେ ପଞ୍ଚାୟତରେ। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣ ସ୍ଥାନରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରୁଥିବା ଘଟଣା ସାମ୍ନାକୁ ଆସିଛି।

ସର୍ବସାଧାରଣ ସ୍ଥାନରେ କିଏ ବାଡିରେ ତ କିଏ ଜୋତାରେ ମାଡ ମାରୁଛି, କିଏ ପୁଣି ଲୁହା ରଡରେ, କିଏ ପୁଣି ଗରମ ପାଣି ଫୋପାଡୁ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି।। ଏଭଳି ଦୃଶ୍ୟକୁ ଲୋକମାନେ ମଜା ନେଉଥିବା ବେଳେ କେହି ଉଦ୍ଧାର କରୁନାହାଁନ୍ତି। ବରଂ ଭିଡିଓ ଉତ୍ତୋଳନ କରିବା ସହ ମଜା ନେଉଥିଲେ।

ଏହି ଖବର ପାଇ ମହାକାଳପଡା ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି। ମାଡ ଖାଉଥିବା ଯୁବକଙ୍କ ଘର ଅଳାଇଲେ ପଞ୍ଚାୟତର ବକଗଲପୁର ଗାଁର ମନୋଜ ମଳିକ। ତାଙ୍କ ମା’ ବେଙ୍ଗୁଲି ମଳିକ ପୁଅ ମାନସିକ ବିକାର ରୋଗୀ ପୁଅକୁ ମାଡ ମାରିବା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ସଂପୃକ୍ତି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Comments are closed.