ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା। ଆଜି ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି।
ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡିଛି। ଏହାପୂର୍ବରୁ ମଧ୍ୟ ଡିସେମ୍ବର ୩ରେ ଲଦାଖରେ ଅପରାହ୍ନ ୧ଟା୪୦ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା ଯାହାର ତିବ୍ରତା ୩.୫ ରେକର୍ଡ କରାଯାଇଥିଲା।