Odisha Link
Bridging the Missing Links in Odisha

BJDର ରାଜ୍ୟ ପରିଷଦ ବୈଠକ, କର୍ମୀଙ୍କ ମତାମତ ମାଗିଲେ ନବୀନ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତ୍ତା ଆଜି ସନ୍ଧ୍ୟା ସୁଦ୍ଧା ମତାମତ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ। ଗୋଟିଏ ସରକାର ଅନ୍ୟ ଗୋଟିଏ ଦଳ ପାଇଁ ମତାମତ ଦେବକୁ ପରାମର୍ଶ ଦେଇଛନ୍ତି।

ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା, ତାକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ। ଏହା ସହ ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଲୋଚନା କରାଯିବ।

Comments are closed.