Odisha Link
Bridging the Missing Links in Odisha

ନନ୍ଦନକାନନରେ ନୂଆ ଅତିଥି, ମଧ୍ୟପ୍ରଦେଶରୁ ଆସିଲେ ୮ ଜୀବଜନ୍ତୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ରବିବାର ୮ଟା ସମୟରେ ୪ଟି ପ୍ରଜାତିର ୮ ଜୀବଜନ୍ତୁ ଆସିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ମଧ୍ୟପ୍ରଦେଶ ଇନ୍ଦୋରର କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ଏହି ଜୀବଜନ୍ତୁଙ୍କୁ ଅଣାଯାଇଛି। ଆସିଥିବା ନୂଆ ଅତିଥି ମଧ୍ୟରେ ଏସିୟ ସିଂହୀ, ତିନୋଟି ଘଡ଼ିଆଳ କୁମ୍ଭୀର, ୨ ଭାରତୀୟ ଗଧିଆ ଏବଂ ଗୋଟିଏ ମାଈ ଭାରତୀୟ କୋକିଶିଆଳି।

ଏହା ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଇନ୍ଦୋର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟକୁ ୫ଟି ପ୍ରଜାତିର ୧୩ ଗୋଟି ଜୀବଜନ୍ତୁ ପ୍ରଦାନ କରାଯିବ। ସେଥି ମଧ୍ୟରେ ଗୋଟିଏ ଭାରତୀୟ ଧଳା ବାଘୁଣୀ, ଗୋଟିଏ ଅଣ୍ଡିରା ଅଧିକ କଳା ଲୋମଯୁକ୍ତ ଭାରତୀୟ ବାଘ, ତିନୋଟି ଘଡ଼ିଆଳ କୁମ୍ଭୀର, ଚାରୋଟି ଗୋଲଡେନ୍‌ ପିଜାଣ୍ଟ, ଚାରୋଟି ସିଲଭର ପିଜାଣ୍ଟ ଅଛନ୍ତି।

ଗତ ୧୩ ତାରିଖରେ ଡ.ଦେବଦତ୍ତ ମହାପାତ୍ରଙ୍କ ନେତୃତ୍ବରେ ୬ ଜଣିଆ ଦଳ ଏକ ସ୍ବତନ୍ତ୍ର ଗାଡ଼ିରେ ଇନ୍ଦୋର ଗସ୍ତ କରିଥିଲେ। ୭ ଦିନ ପରେ ସେଠାରୁ ଟିମ୍‌ ଏହି ଜନ୍ତୁଙ୍କୁ ନେଇ ଏଠାରେ ପହଞ୍ଚିଚନ୍ତି। ବର୍ତ୍ତମାନ ଜନ୍ତୁମାନଙ୍କୁ ନନ୍ଦନକାନନ ପରିସରସ୍ଥ ଡାକ୍ତରଖାନାରେ ଥିବା କ୍ବାରାଣ୍ଟିନ୍‌ ସେଣ୍ଟରରେ ରଖାଯିବ। ସୋମବାର ବା ଆଜି ତାଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବ। ଏପରିକି ନନ୍ଦନ କାନନ ପ୍ରତିଷ୍ଠା ଦିବସ ଅବସରରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଖୁଆଡ଼ରେ ଛଡ଼ାାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.