Odisha Link
Bridging the Missing Links in Odisha

ଯଥେଷ୍ଟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି: ଅରୁଣ ବୋଥ୍ରା

ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି।

ବୋଥ୍ରା ସ୍ପଷ୍ଟ କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ତାକୁ ଜେରା କରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ ଆମେ ତଦନ୍ତର ଦ୍ବିତୀୟ ପାହାଚରେ ରହିଛୁ। ପ୍ରଥମେ ଆମେ ଅନୁସନ୍ଧାନ କରିଥିଲୁ କାହିଁ ଘଟଣା ଘଟିଲା? ତା’ପଛର କାରଣ କ’ଣ ରହିଛି? ଆମେ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହେଲୁ ଯେ ଯୌନ ନିର୍ଯାତନା ଅପରାଧର ମୁଖ୍ୟ କାରଣ।

ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍ କମ୍ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ। ଆଜି ପୋକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରିବୁ। ଏତିକିରେ ତଦନ୍ତ ସରି ନାହିଁ, ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତାହା ଶେଷ ହେଲେ ଏସଆଇଟି ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯିବ।

Comments are closed.