ମୃତ୍ୟୁ ଏମିତି ବି ଆସେ, ଗୋଟିଏ ଜୁଇରେ ଜଳିଲେ ମା’-ପୁଅ

କେନ୍ଦ୍ରାପଡ଼ା: ମୃତ୍ୟୁ କେବେ ଆଉ କେମିତି ଆସିଥାଏ ତାହା ସମସ୍ତଙ୍କୁ ଅଜଣା ଥାଏ। ମୃତ୍ୟୁ ଅପ୍ରତ୍ୟାଶିତ ଭାବେ ଆସିଥାଏ ଆଉ ଅନେକ ଦୁଃଖ ଦେଇ ଚାଲି ଯାଇଥାଏ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ମହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି। ପୁଅର ଶବ ଘରେ ପହଞ୍ଚୁ ପହଞ୍ଚୁ ମା’ଙ୍କ ଚାଲିଗଲା ଜୀବନ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ମହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ସାହୁ (୬୦) ଶନିବାର ଦିନ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ମରଶରୀର ତାଙ୍କ ଗ୍ରାମକୁ ନେଇଥିଲେ ତାଙ୍କ ସମ୍ପର୍କୀୟ।
ପରେ ମୃତକ ଜଣଙ୍କ ବଡ଼ ମା’ କୈକେୟୀ ସାହୁ ତାଙ୍କ ମରଶରୀର ଦେଖି ଟଳି ପଡ଼ିଥିଲେ। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପରେ ରବିବାର ଦିନ ସନ୍ଧ୍ୟାରେ ଗାଁ ଶ୍ମଶାନରେ ମା’-ପୁଅଙ୍କ ଜୁଇ ଏକାଠି ଜଳିଥିଲା। ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।