ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବେ କଙ୍ଗନା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଜଗନ୍ନାଥ ମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା ୨୩ ତାରିଖରୁ ଶ୍ରୀ ମନ୍ଦିର ଖୋଲିବାକୁ ଯାଉଛି। ଶ୍ରୀ ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ମନରେ ଖୁସି ଉତ୍ସୁକତା ଥିବାବେଳେ ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବାକୁ ମନ ବଳାଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ।
ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ। ଏନେଇ ଆଜି ସେ ନିଜର ନୂଆବର୍ଷର ପ୍ଲାନିଂ ବିଷୟରେ ଟୁଇଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି।
कुछ साल पहले मैंने माताजी के साथ काशीविश्वनाथ जी के दर्शन किए, मैंने सात ज्योतिर्लिंग के दर्शन किए हैं, में चाहती हूँ कि २०२१ में केदारनाथ जाकर मेरे आठ ज्योतिर्लिंग के दर्शन हो जाएँ, अगले साल मैं पूरी जगन्नाथ भी जाना चाहती हूँ, और आप? 🙂 pic.twitter.com/TvMUJfu0OZ
— Kangana Ranaut (@KanganaTeam) December 22, 2020
କଙ୍ଗନା ନୂଆବର୍ଷରେ କ’ଣ କରିବେ ଓ କେଉଁଠାକୁ ଯିବେ ସେ ନେଇ ସବୁ ଯୋଜନା କରିଛନ୍ତି। ମଙ୍ଗଳବାର ଟୁଇଟ କରି ସେ କହିଛନ୍ତି, କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହ କାଶୀ ବିଶ୍ବନାଥଜୀଙ୍କ ଦର୍ଶନ କରିଥିଲି। ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଥିଲି। ଏବେ ନୂଆବର୍ଷରେ ମୁଁ କେଦାରନାଥ ଯାଇ ସେଠାରେ ଆଠଟି ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବାକୁ ଚାହୁଁଛି। ଏଥିସହ ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ଯିବା ପାଇଁ ମଧ୍ୟ ଚାହୁଁଛି ବୋଲି କଙ୍ଗନା କହିଛନ୍ତି।
ଏଥିସହ ସେ ତାଙ୍କର ଏବଂ ତାଙ୍କ ମା’ଙ୍କର ଏକ ଫଟୋ ଶେଆର କରି ନିଜ ପ୍ରଶଂସକଙ୍କୁ ତାଙ୍କ ନୂଆବର୍ଷ ପ୍ଲାନିଂ ବିଷୟରେ ପଚାରିଛନ୍ତି। କଙ୍ଗନା ବେଶ ଧାର୍ମିକ ମନୋଭାବ ରଖନ୍ତି। ଏହାପୂର୍ବରୁ ଗତ କିଛି ଦିନ ତଳେ କଙ୍ଗନା ଏକ ମନ୍ଦିର ତୋଳିବା ପାଇଁ କହିଥିଲେ। ମା’ ଦୁର୍ଗା ତାଙ୍କୁ ତାଙ୍କ ମନ୍ଦିର ତିଆରି କରିବା ପାଇଁ ଚୟନ କରିଥିବା ସେ ଟୁଇଟ କରି କହିଥିଲେ।