ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ: ଏସ୍ଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଖିଅ ଦିନକୁ ଦିନ ବଢ଼ିବାରେ ଳାଗିଛି। ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଉଛି ଏସଆଇଟି। ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ପରୀର ତଣ୍ଟି ଚିପି ହତ୍ୟା କରିବା ସମୟରେ ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ଦେଇଛି ଏସଆଇଟି।
ଏହାସହ ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଏସଆଇଟି ହାତରେ ସେହି ଗାମୁଛା ଲାଗିଥିବା ସୂଚନା ମିଳିଛି। ଅଭିଯୁକ୍ତ ଘରୁ ଉକ୍ତ ଗାମୁଛା ମିଳିଥିବା ସହ ଗାମୁଛାରେ ରକ୍ତଦାଗ ନେଇ ଏକ୍ସପର୍ଟ ସ୍ପଷ୍ଟ କରିଥିବା ନେଇ ଏସଆଇଟି ସୂଚନା ଦେଇଛି। ଏବେ ସେହି ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଇବ ଏସଆଇଟି।
ନୟାଗଡ଼ର ପରୀ ହତ୍ୟା ମାମଲାରେ ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍ସ ଏସଆଇଟି ହାତରେ ଲାଗିଛି। ଗତକାଲି ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗସ୍ ମିଳିଛି।