Odisha Link
Bridging the Missing Links in Odisha

ଜାମ୍ମୁ-କାଶ୍ମୀରରୁ ୪ ଆତଙ୍କୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ୪ ଆତଙ୍କବାଦୀ ଗିରଫ। ସେନା ପକ୍ଷରୁ ଅବନ୍ତୀପୋରା ଜିଲ୍ଲାରେରେ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। ସମସ୍ତ ଆତଙ୍କବାଦୀ ଅଲ-ବଦର ସଂଗଠନର ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କ ଗିରଫଦାରି ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନକୁ ଅଧିକ କଡ଼ାକଡ଼ି କରାଯାଇଛି।

ସର୍ଚ୍ଚ ଅପରେଶନ ସମୟରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦକୁ ସେନା ପକ୍ଷରୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜବଦ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ-୫୬ ରାଇଫଲ, ଏକେ-୫୬ ମାଗାଜିନ, ଏକ ହ୍ୟାଣ୍ଡ ଗ୍ରେନେଡ୍‌ ଏବଂ ୨୮ ରାଉଣ୍ଡ ଗୁଳି ରହିଛି।

Comments are closed.