Odisha Link
Bridging the Missing Links in Odisha

ଜେଲରେ ଓକିଲଙ୍କ ସହ ଭେଟିପାରିବେ ପ୍ରଦୀପ

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ଦ୍ଦେଶ ଅନୁସାରେ, ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କୁ ଆଲୋଚନାର ସୁଯୋଗ ମିଳିବ। ଏନେଇ ପ୍ରଦୀପଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ତେବେ ପୂର୍ବରୁ ପ୍ରଦୀପଙ୍କୁ ନିଜ ଓକିଲଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ମିଳୁନଥିଲା। କୋଭିଡ ଗାଇଡଲାଇନ୍ ଦର୍ଶାଇ ଜେଲରେ ସୁଯୋଗ ମିଳୁନଥିବା ବେଳେ ଏହାକୁ ସମ୍ବିଧାନ ଓ ପ୍ରିଜନ ରୁଲର ଉଲ୍ଲଙ୍ଘନ ଦର୍ଶାଇ ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।

Comments are closed.