Odisha Link
Bridging the Missing Links in Odisha

ଗୁଳି ମାରି ୮ କିଲୋମିଟର ଯାଏ ଗୋଡ଼ାଇଲେ ଦୁର୍ବୃତ୍ତ

ବାଲେଶ୍ବର: ବାଇକ ଚାଳକଙ୍କୁ ଗୁଳିକରି ଲୁଟ ଉଦ୍ୟମ। ଲୁଟେରାଙ୍କ ଗୁଳି ଚାଲଣାରେ ଜଣେ ବାଇକ ଆରୋହିଙ୍କ ଗୁଳି ବାଜିଥିଲା। ଗୁଳିମାଡ଼ରେ ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ।

‌ତେବେ ରାଜକିଶୋରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ସୋମବାର ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ସଦର ଥାନାଠାରୁ ଖନ୍ତାପଡ଼ା ଥାନା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ।

ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ୨ ଜଣ ବ୍ୟକ୍ତି ବାଲେଶ୍ବରରୁ ୨ ଲକ୍ଷ ଟଙ୍କା ଧରି ବାଇକ ଯୋଗେ ଭଦ୍ରକ ଅଭି‌ମୁଖେ ଯାଉଥିଲେ। ଖାନ୍‌ନଗର ନିକଟରେ ୨ଜଣ ଯୁବକ ଆଉଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇବା ସହ ଗୁଳିଚାଳନା କରିଥିଲେ, ଯାହାଫଳରେ ଜଣଙ୍କ ଅଣ୍ଟାରେ ଗୁଳି ବାଜିଥିଲା।

ପ୍ରାଣବିକଳରେ ସେମାନେ ଦ୍ରୁତ ଗତିରେ ଗାଡ଼ି ଚଳାଇ ପ୍ରାୟ ୮ କିଲୋମିଟର ଯିବା ପରେ ସେରଗଡ଼ ଟୋଲଗେଟ୍‌ ପଡ଼ିଥିଲା। ସେଠାରେ ଗାଡ଼ି ରଖିଦେଇ ଦୁହେଁ ନିକଟରେ ଥିବା ଏକ ଯାତ୍ରାପାର୍ଟି କାର୍ଯ୍ୟାଳୟ ଭିତରକୁ ଦୌଡ଼ି ପଳାଇଥିଲେ। ତେବେ ଦୁର୍ବୃତ୍ତ ଦୁଇଜଣଙ୍କ ଲୁଟ୍‌ ଉଦ୍ୟମ ବିଫଳ ହୋଇଥିଲେ ମଧ୍ୟ ସେଠାରେ ସେରଗଡ଼ ଫାଣ୍ଡି ପୁଲିସ ଏବଂ ଟୋଲଗେଟ୍‌ କର୍ମଚାରୀ ଉପସ୍ଥିତ ଥିଲେ ହେଁ କେହି ଦୁର୍ବୃତ୍ତ ଦୁଇଜଣଙ୍କୁ ଅଟକାଇ ପାରି ନଥିଲେ।

Comments are closed.