Odisha Link
Bridging the Missing Links in Odisha

କେଜିଏଫ୍-୨ରେ ନଜର ଆସିବେ ରବିନା ଟଣ୍ଡନ

ମୁମ୍ବାଇ: ଖୁବ ଶୀଘ୍ର ସିନେ ପରଦାକୁ ଆସିବାକୁ ଯାଉଛି ଲୋକପ୍ରିୟ ଆକ୍ସନ୍ ଚଳଚ୍ଚିତ୍ର କେଜିଏଫ୍‌ର ଦ୍ବିତୀୟ ଭାଗ । ଏହି ସିନେମାରେ ବଲିଉଡ଼ର ଅଭିନେତ୍ରୀ ରବିନା ଟଣ୍ଡନ ନଜର ଆସିବେ।

ନିକଟରେ ଏକ ସଭାରେ ଯୋଗ ଦେବା ଅବସରରେ ରବିନାଙ୍କ ସହ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଭେଟ ହୋଇଥିଲା। ପରେ ପ୍ରଶାନ୍ତ ତାଙ୍କୁ ଏଥିରେ ଅଭିନୟ କରିବାକୁ ପଚାରିବାରୁ ରବିନା କେଜିଏଫ୍‌-୨ର କାହାଣୀ ବିଷୟରେ ଜାଣିବାକୁ ଚାହିଥିଲେ।

କାହାଣୀ ସଂପର୍କରେ ଅବଗତ ହେବା ପରେ ରବିନା ଅଭିନୟ କରିବାକୁ ଆଗ୍ରହ ଦେଖାଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରବିନା କେଜିଏଫ୍‌-୨ରେ ଅଭିନୟ କରିବାକୁ ଯାଉଥିବା ବେଳେ, ଏ ପର୍ଯ୍ୟନ୍ତ ପ୍ରଥମ ଭାଗକୁ ଦେଖିନାହାନ୍ତି।

ଆଗାମୀ ୮ ତାରିଖରେ କେଜିଏଫ୍-୨ର ପ୍ରଥମ ଟିଜର୍ ରିଲିଜ୍ ହେବ। ତେବେ କେଜିଏଫର ପ୍ରଥମ ଭାଗ ୨୦୧୮ରେ ରିଲିଜ ହୋଇଥିଲା । ଏହି ସିନେମାଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

Comments are closed.