କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର

ଆଠଗଡ: ଆସନ୍ତା କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। କାଲି ମନ୍ଦିର ଖେଲିବା ପରେ କେବଳ ପୂଜକଙ୍କ ପରିବାର ହିଁ ଧବଳେଶ୍ବରଙ୍କର ଦର୍ଶନ କରିପାରିବେ।
ଆସନ୍ତା ୯ ତାରିଖରେ ଏବଂ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ କରିବାର ଅନୁମତି ମଳିବ। ଏଥିସହ ଆସନ୍ତା ଜାନୁଆରୀ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନକୁ ଅନୁମତି ଦିଆଯାଇଛି। ଏକାବେଳେ ୫୦ ଜଣ ଭକ୍ତ ଧବଳେଶ୍ବରଙ୍କ ଦର୍ଶନ କରିବୋକୁ ଅନୁମତି ମିଳିଛି।