Odisha Link
Bridging the Missing Links in Odisha

ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା: ଗୁରୁବାର ଦିନ ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ସେ ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଉଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗାଙ୍ଗୁଲି କହିଛନ୍ତି କି ‘ହସ୍ପିଟାଲ୍‌ରେ ମୋର ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପୂରାପୂରି ଭଲ ଅଛି।’

ଗାଙ୍ଗୁଲି ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ ହୋଇଥାନ୍ତେ, ମାତ୍ର ତାଙ୍କ ସ୍ବଇଚ୍ଛାରେ ଆଉ ଗୋଟାଏ ଦିନ ଅଧିକ ହସ୍ପିଟାଲ୍‌ରେ ରହିବାକୁ ଚାହିଁଥିଲେ। ଫଳରେ ଆଜି ପୂର୍ବାହ୍ନରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

Comments are closed.