Odisha Link
Bridging the Missing Links in Odisha

ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି: ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ବିଜେପି ପକ୍ଷରୁ ବିକ୍ଷୋଭ ଜାରି ରହିଛି। ଆଜି ଏହି ମାମାଲାରେ କଟକ ନୃର୍ତ୍ତାଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏତଲାରେ ଆଇନ ମନ୍ତ୍ରୀଙ୍କ ନାଁ ଥାଇ ମଧ୍ୟ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ଏଠାକାର ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ବର୍ଷକ ତଳେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ପିଏମ ଆବାସ ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା। ପିଏମ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି।

ସେ ଆହୁରି କହିଛନ୍ତି, ଏତଲାରେ ଯଦି ପ୍ରତାପ ଜେନାଙ୍କ ନାମ ଅଛି ତେବେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ। ନଚେତ ଲୋକଙ୍କ ବିଶ୍ୱାସ ଉଠିଯିବ। ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ। ନ୍ୟାୟ ନମିଳିବା ଯାଏଁ ଆମେ ଲଢେଇ ଜାରି ରଖିବୁ ବୋଲି ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ କହିଛନ୍ତି।

Comments are closed.