Odisha Link
Bridging the Missing Links in Odisha

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ୨୧ଟି ଟିମ ଏହି ଗଣନାରେ ସାମିଲ ହୋଇଛନ୍ତି। ଏଥି ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ମଧ୍ୟ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି।ପକ୍ଷୀ ଗଣନା ପାଇଁ ପ୍ରତ୍ୟେକ ଟିମ୍କୁ ମୋଟର ଚାଳିତ ଡଙ୍ଗା, ବାଇନାକୁଲାର ଓ କ୍ୟାମେରା ଦିଆଯାଇଛି।

ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ଆସିଥିଲେ। କାସପିଆନ ସି, ଅରାଲ ସି, ମଙ୍ଗୋଲିଆ, ହିମାଳୟ ଆଦି ଅଞ୍ଚଳରୁ ପୋଚାର୍ଡ, ବିଲ, ପେଂଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦୂର ଦୁରାନ୍ତରୁ ହୀରାକୁଦକୁ ପକ୍ଷୀଙ୍କ ଆଗମନ ହୋଇଥାଏ।

Comments are closed.