Odisha Link
Bridging the Missing Links in Odisha

RSP ଗ୍ୟାସ୍ ଲିକ୍‌ ଘଟଣା, ଆଉ ଜଣେ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ ଘଟଣାରେ ଆଜି ଆଉ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି।

ତେବେ ଗତକାଲି ଏହି ଘଟଣାରେ ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଥିଲା। କୋଲ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍ ଦାସଙ୍କ ସହ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି.ବାରିକଙ୍କୁ ନିଲମ୍ବିତ କରାଯାଇଥିଲା । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍ ହୋଇ ହୋଇ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କ ମୃତ୍ୟୁ ନେଇ ଆଇଜିଏଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ମୋଟ ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ମୃତୁ୍ୟ ହୋଇଥିଲା।

Comments are closed.