Odisha Link
Bridging the Missing Links in Odisha

କମିଲା ସୁନା ଓ ରୁପା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ରାସ ହେଲା ସୁନା ଓ ରୁପା ଦର। ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୧୦ ଟଙ୍କା ରହିଛି। ଗତକାଲିର ଦର ତୁଳନାରେ ପ୍ରାୟ ୬୨୯ ଟଙ୍କା କମ ରହିଛି। ଏଥିସହ ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୧୨୧୮ ଟଙ୍କା ହ୍ରାସ ପାଇ ୬୭,୩୭୪ ଟଙ୍କାରେ ପହଞ୍ଚିଛି।

ଏଚଡିଏଫସି ସିକ୍ୟୁରିଟିଜର ରିପୋର୍ଟ ଅନୁସାରେ, ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୬୧୪ ଟଙ୍କା ହ୍ରାସ ପାଇ ୪୯,୭୬୩ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର କିଲୋଗ୍ରାମ ପିଛା ୧୬୦୯ ଟଙ୍କା ହ୍ରାସ ପାଇ ୬୭,୫୧୮ ଟଙ୍କାରେ ପହଞ୍ଚିଛି।

ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ହ୍ରାସ ପାଇବା କାରଣରୁ ଭାରତରେ ସୁନା ଓ ରୁପା ଦର କମୁଛି ବୋଲି ଟ୍ରେଡରମାନେ କହୁଛନ୍ତି। ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧୮୮୯ ଡଲାରକୁ ହ୍ରାସ ପାଇଛି। ସୂଚନାଯୋଗ୍ୟ, ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ ରହିଛି।

Comments are closed.