Odisha Link
Bridging the Missing Links in Odisha

ମାହାଙ୍ଗାରେ ନ୍ୟାୟ ମହଙ୍ଗା: ନିରଞ୍ଜନ

ଭୁବନେଶ୍ବର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନୃତ୍ତାଙ୍ଗରେ ମୃତକଙ୍କ ପରିବାରକୁ ଭେଟିଲା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ସହିତ ନିରଞ୍ଜନ କହିଛନ୍ତି ଯେ, ମାହାଙ୍ଗାରେ ନ୍ୟାୟ ପାଇବା ମହଙ୍ଗା ହେଲାଣି। ରାଜନୈତିକ ହତ୍ୟାକାଣ୍ଡ, ଘଟଣା ମୂଳରେ ଦୂର୍ନୀତି ରହିଛି। ହତ୍ୟାରେ ଯେଉଁମାନେ ସଂପୃକ୍ତ, ସେମାନେ ମନ୍ତ୍ରୀଙ୍କ ମିଟିଂରେ ବସୁଛନ୍ତି। ଅସଲ ଅପରାଧୀଙ୍କୁ ଧରାଯାଉନି, ପୋଲିସ ଜାଣଶୁଣି ତଦନ୍ତ ବିଳମ୍ବ କରୁଛି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତାଫା ଦିଅନ୍ତୁ।

ପ୍ରକାଶ ଯେ, ଡିସିପି ଅଫିସ୍‌ ଆଗରେ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ଦାବି ବିଜେପି କରିଛି। ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି ବିଜେପି। ଘେରାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ବିଜେପି ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ବିଜେପି ନେତା ମାହାଙ୍ଗା ଡବର୍ଲ ମର୍ଡର ଏତଲାର ସବୁ ଅଭିଯୁକ୍ତଙ୍କୁ ପଚରାଉଚରା ଦାବି କରିଛି। ଡିଜିପିଙ୍କ ସହ ଆଲୋଚନା ବେଳେ ଦୃଢ ଦାବି କରିଛି ବିଜେପି। ଏଥିସହ ଡିଜିପିଙ୍କ ସହ କିଛି ନେତା ଡିସିପି ଅଫିସ୍‌ରେ ଆଲୋଚନା କରୁଛନ୍ତି। ଆଲୋଚନା ସମ୍ପର୍କରେସୂଚନା ଦେଇଛନ୍ତି ବିଜେପି ନେତା ଟଙ୍କଧର ତ୍ରୀପାଠୀ। ଡିଜିପି ଅସହାୟ ପ୍ରକାଶ କରୁଥିବା ଟଙ୍କଧର ଅଭୀଯୋଗ କରିଛନ୍ତି।

Comments are closed.