Odisha Link
Bridging the Missing Links in Odisha

୧୦ ଦିନ ସମୟ ନେଲେ ଡିଜିପି: ସମୀର

ଭୁବନେଶ୍ବର: ଡିଜିପିଙ୍କ ସହ ଆଲୋଚନା ଶେଷ କରି ବାହାରିଲେ ବିଜେପି ନେତା। ଆଲୋଚନା ଶେଷରେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏନେଇ ସମୀର ମହାନ୍ତି ମହାନ୍ତି କହିଛନ୍ତି ଯେ, ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ। ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ବିଜେପି ଟିମକୁ ପୋଲିସ ଡିଜି ପ୍ରତିଶୃତି ଦେଇଛନ୍ତି।

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି। ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି। ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଥିଲେ। ପୁଲିସ୍ ଡିଜିଙ୍କ ସହ ବିଜେପି ଟିମ୍ର ଆଲୋଚନା ପରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି। ୧୦ ଦିନରେ ଭିତରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

Comments are closed.