Odisha Link
Bridging the Missing Links in Odisha

ଲଣ୍ଡନରେ ପ୍ରିୟଙ୍କା ଚୋପ୍ରାଙ୍କ ନାମରେ ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ ଏବଂ ହଲିଉଡ୍‌ ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି । ସେ ଏବେ ସ୍ବାମୀ ନିକ୍ ଜୋନାସ୍‌ଙ୍କ ସହ ଲଣ୍ଡନରେ ରହୁଛନ୍ତି।

ତେବେ ଲଣ୍ଡନରେ ପ୍ରିୟଙ୍କା ଚୋପ୍ରାଙ୍କ ନାମରେ ଆସିଛି ଅଭିଯୋଗ। ସେ ଲଣ୍ଡନରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ଯାଇଛନ୍ତି ସେଲୁନ୍।‌ ଏହି ସମୟରେ ମା’ ମଧୁ ଚୋପ୍ରା ଏବଂ ତାଙ୍କର କୁକୁର ସାଥିଲେ ଥିଲେ। ଲଣ୍ଡନରେ ଫେବୃୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି।

ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ବୁଧବାର ସନ୍ଧ୍ୟାରେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ଉଡ୍‌ଙ୍କ ସେଲୁନରେ ପହଞ୍ଚିଥିଲେ। ଉକ୍ତ ସମୟରେ ଜୋଶ୍‌ ମଧ୍ୟ ସେଲୁନରେ ଉପସ୍ଥିତ ଥିଲେ। ଏହା ଜଣାପଡ଼ିବା ପରେ ପୁଲିସ ସେଲୁନରେ ପହଞ୍ଚି ପ୍ରିୟଙ୍କା ଏବଂ ଜୋଶଙ୍କୁ ସ୍ମାରକପତ୍ର ଦେଇଥିଲେ। ତେବେ ନିୟମ ଉଲ୍ଲଂଘନ ନେଇ ଉଭୟଙ୍କ ଉପରେ କୌଣସି ଦଣ୍ଡବିଧାନ କରାଯାଇ ନ ଥିବା ଜଣାପଡ଼ିଛି।

Comments are closed.