Odisha Link
Bridging the Missing Links in Odisha

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ ଟିକାର ଡ୍ରାଏ ରନ୍

ଭୁବନେଶ୍ବର: ରାଜ୍ୟର ୧୧୦ଟି ସ୍ଥାନାରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜରେ ସମେତ ୧୧ଟି ଘରୋଇ ହସ୍ପିଟାଲରେ ଡ୍ରାଏ ରନ୍ ଚାଲିଛି। ପ୍ରତି ସ୍ଥାନରେ ୨୫ ଜଣଙ୍କୁ ‘ଡମି’ ଟିକା ଦିଆଯିବ।

ସହର ହେଉ କି ଗାଁ, ଟିକାକରଣରେ କାଳେ କଣ ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣା ପଡ଼ିବ। ଟିକା ନେବାର ୩୦ ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ ନିରୀକ୍ଷଣ କକ୍ଷରେ ରଖାଯିବ। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟିକା ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି।

Comments are closed.