ପ୍ରଥମ କରି ବଲିଉଡ଼ର ଏହି ଅଭିନେତ୍ରୀ ନେଲେ କରୋନା ଟିକା

ମୁମ୍ୱାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶିରୋଦକର ପ୍ରଥମ ଅଭିନେତ୍ରୀ ଭାବେ କରୋନା ଟିକା ନେଇଛନ୍ତି। ସେ ଶେୟାର କରିଥିବା ଫଟୋରେ ତାଙ୍କ ବାମ କାନ୍ଧରେ ଟିକା ନେଇଥିବା ଦେଖିବାକୁ ମିଳିଛି।
ଶିଳ୍ପା ଏହି ଟିକାକୁ ଦୁବାଇରେ ଥାଇ ନେଇଥିବା ଜଣାପଡ଼ିଛି। ଟିକା ନେବା ପରେ ସେ ୟୁଏଇ ସରକାରକୁ ଧନ୍ୟବାଦ ଦେଇଛନ୍ତି।ଶିଳ୍ପା ଶିରୋଦକର ଅଭିନେତ୍ରୀ ସହିତ ଜଣେ ମଡେଲ।
୧୯୮୯ ରୁ ୨୦୧୦ ପର୍ଯ୍ୟନ୍ତ ସେ ବଲିଉଡରେ ସକ୍ରିୟ ଥିଲେ। ତେବେ ୩ ବର୍ଷ ବ୍ୟବଧାନ ପରେ ସେ ୨୦୧ ୩ରେ ଜି ଟିଭିର ଏକ ଧାରାବାହିକରେ ସାମିଲ୍ ହୋଇଥିଲେ।