Odisha Link
Bridging the Missing Links in Odisha

ନୂଆ ଷ୍ଟ୍ରେନ କରୋନା ଭୂତାଣୁ: ୮୨ ଜଣ ଚିହ୍ନଟ

ନୂଆଦିଲ୍ଲୀ: ଲୋକଙ୍କ ମନରେ କରୋନା ସଂକ୍ରମଣର ଭୟ ଲିଭିବା ଆଗରୁ ଦେଶରେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନ ତାର କାୟା ବିସ୍ଥାର କରିବା ଆରମ୍ଭ କଲାଣି। ନୂଆ ଷ୍ଟ୍ରେନ କରୋନା ଭୂତାଣୁରେ ୮୨ ଜଣ ଚିହ୍ନଟ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ଏହି ନୂଆ ଷ୍ଟ୍ରେନ ଭୂତାଣୁ ଚିହ୍ନଟ ହୋଇଥିବା ସଂକ୍ରମିତ ମାନଙ୍କୁ ସ୍ୱତନ୍ତ୍ର ଏକ ରୁମ୍ ବିଶିଷ୍ଟ ଆଇସୋଲେସନରେ ରଖାଯାଇଛି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଏହି ନୂଆ ଷ୍ଟ୍ରେନ ଭୂତାଣୁ ବ୍ରିଟେନରୁ ଭାରତ ସମେତ ଡେନମାର୍କ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସୁଇଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲିବାନନ ଓ ସିଙ୍ଗାପୁରକୁ ବ୍ୟାପି ସାରିଲାଣି।

Comments are closed.