ହସ୍ପିଟାଲରେ ଅଗ୍ନିକାଣ୍ଡ: ଜଳିଗଲେ ୧୦ ଶିଶୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ନ୍ୟୁ ବର୍ଣ୍ଣ ନେଟାଲ ଓ୍ବାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଓ୍ବାର୍ଡରୁ ଧୂଆଁ ବାହାରୁଥିବା ଜଣେ ନର୍ସ ଦେଖିବା ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚିଥିଲେ। ଓ୍ବାର୍ଡରେ ମୋଟ୍ ୧୭ଜଣ ନବଜାତ ଥିଲେ। ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ନବଜାତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।