Odisha Link
Bridging the Missing Links in Odisha

ଗୋଦାବରୀ ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ

ଛତିଶଗଡ଼: ଛତିଶଗଡ଼ର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା। ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି।

ତେବେ ଏହି ଘଟଣାରେ କେହି ମୃତାହତର ଖବର ନାହିଁ। ଅଗ୍ନିକାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଦାବରୀ ପାୱାର ଇସ୍ପାତର ଅନେକ କିଛି ନିଆଁରେ ପୋଡି ଯାଇଥିବା ଆଶଙ୍କା କରାଯାଉଛି।

Comments are closed.