Odisha Link
Bridging the Missing Links in Odisha

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନାହିଁ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ଟ୍ରମ୍ପ୍‌ ଶାସନ ଯୁଗ ଶେଷ। ଆସନ୍ତା ୨୦ ତାରିଖରେ ଆମେରିକା ପାଇବ ନୂଆ ରାଷ୍ଟ୍ରପତି। ଡ୍ରୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେବେ ଡେମୋକ୍ରେଟିକ୍‌ ନେତାଜୋ ବାଇଡେନ୍। ବାଇଡେନ୍‌ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ଆସନ୍ତା ୨୦ରେ ବାଇଡେନ୍‌ ରାଷ୍ଟ୍ରପତି ଶପଥ ଗ୍ରହଣ ନେବାକୁ ଥିବା ବେଳେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଡ୍ରୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଘଟଣା ୧୫୦ ବର୍ଷ ପରେ ଆମେରିକା ଘଟିବାକୁ ଯାଉଛି। ଯେଉଁଠିକି ପୂର୍ବତନ ରାଷ୍ଟ୍ରପତି ନିବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ।

ୟୁଏସ୍‌ କ୍ୟାପିଟଲ୍‌ ହିଂସାକାଣ୍ଡ ପରେ ଟ୍ରମ୍ପ୍‌ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଥିଲେ ମଧ୍ୟ ଏବେ ବି ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରୁନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ କ୍ୟାପିଟଲ ହିଂସାକୁ ନେଇ ଟ୍ରମ୍ପ୍‌ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଏହି ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଦଙ୍ଗାକାରୀମାନେ ଆମେରିକା ଗଣତନ୍ତ୍ରର ଅବମାନନା କରିଛନ୍ତି ଏବଂ ହିଂସାରେ ସଂପୃକ୍ତ ଲୋକେ ଦଣ୍ଡିତ ହେବା ଉଚିତ୍‌ ବୋଲି ଟ୍ରମ୍ପ୍‌ କହିଛନ୍ତି।

ଲୋକେ ନିଜକୁ ନିୟନ୍ତ୍ରଣ କରି ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବାକୁ ଟ୍ରମ୍ପ୍‌ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଟ୍ରମ୍ପ୍‌ ନିଜେ ନିଜକୁ କ୍ଷମା କରିବା ଉପରେ ମଧ୍ୟ ବିଚାରବିମର୍ଶ ଚଳାଇଛନ୍ତି ବୋଲି ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

Comments are closed.