Odisha Link
Bridging the Missing Links in Odisha

ଭାଙ୍ଗିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭାଙ୍ଗି ଯାଇଛି। ଫଳରେ ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି। ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି।

ତଥାପି ପାଣି ପଶିଯିବା ଭୟରେ ରହିଛନ୍ତି ଗ୍ରାମବାସୀ। ଅପର କୋଲାବ ମୁଖ୍ୟ କେନାଲ ଭାଙ୍ଗି ଦ୍ରୁତ ଗତିରେ ପାଣି ମାଡୁଛି ଯାହାଦ୍ବାରା ଏକର ଏକର ଚାଷ ଜମିରେ ପାଣି ମାଡିଛି। ଖବର ପାଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ପ୍ରକାଶ ଯେ, ବିଳମ୍ବିତ ରାତିରେ କୋଲାବା ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯିବାର ଖବର ମିଳିଥିଲା। ଯାହାପରେ ଅତି ଦ୍ରୁତ ଗତିରେ ମାଡିଯାଇଥିଲା କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି। ତେବେ ପାଣିର ସ୍ରୋତ କମିଥିବାରୁ ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି।

Comments are closed.