Odisha Link
Bridging the Missing Links in Odisha

ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର କର୍ମଚାରୀଙ୍କ ଦରମା

କେନ୍ଦୁଝର: କାର୍ଯ୍ୟରେ ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର କର୍ମଚାରୀଙ୍କ ଦରମା। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର। ବ୍ଲକର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି। ଉକ୍ତ ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର ବିଶୋଇ ପାଟ ଉଚ୍ଚ ବିଦ୍ୟାଳୟ, ଖିରେଇଟାଙ୍ଗିରିର ଉଚ୍ଚ ବିଦ୍ୟାଳୟ, ଡେଣୁଆର ଝାଲମଣି ଉଚ୍ଚ ବିଦ୍ୟାଳୟ ଓ ବଲାଣିପଶିର ପି ,ଏମ ବି ଉଚ୍ଚ ବିଦ୍ୟାଳୟ ହୋଇଥିବା ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ସଂଗ୍ରାମ ସାହୁ ସୂଚନା ଦେଇଛନ୍ତି।

ଦୀର୍ଘ ୯ ମାସ ପରେ ଆଜି ବିଦ୍ୟାଳୟ ଖୋଲିଛି। କରୋନା ଗାଇଡ୍‌ଲାଇନ୍‌ ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ ଖୋଲିବାରେ ସରକାରୀ ଗାଇଡ଼ ଲାଇନକୁ ଉଲଙ୍ଘନ କରିଥିବା, ବିଦ୍ୟାଳୟ ପରିବେଶକୁ ସଫା ସୁତୁରା କରିନଥିବା ଓ କାର୍ଯ୍ୟରେ ଅବହେଳା କରିଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ଠାରୁ ରାଜ୍ୟର ହାଇସ୍କୁଲ ଗୁଡିକରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ଓ ଡିପିସି ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗାଇଡ଼ ଲାଇନ ଉଲଙ୍ଘନ କରିଥିବା ଦେଖିବାକୁ ପାଇବା ପରେ ପାଟଣା ବ୍ଲକର ୪ ଟି ଉଚ୍ଚ ବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Comments are closed.