Odisha Link
Bridging the Missing Links in Odisha

କନ୍ଧମାଳରେ ଭୂମିକମ୍ପ, ଭୟଭୀତ ଲୋକେ

ଫୁଲବାଣୀ: ଆଜି ରାତିରେ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନର ମୃଦୁ ଭୂ-କମ୍ପ ଅନୁଭୂତ ହୋଇଛି। ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ଏବଂ ମୋହନାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ସେହିଭଳି ବାଲିଗୁଡ଼ା, ଭଂଜନଗର ଓ ସୋରଡ଼ା ସହରରେ ଭୂମିକମ୍ପ ଅନୁଭୁତ ହୋଇଛି।

ତେବେ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା କେତେ ଜଣାପଡ଼ିନାହିଁ। ଭୂମିକମ୍ପ ଅନୁଭୂତ ପରେ ଭୟରେ ଲୋକେ ଛାନିଆ ହୋଇ ପଦାକୁ ପଳାଇ ଆସିଥିଲେ। ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ହୋଇଥିବା ସୂଚନା ମିଳିଛି।

Comments are closed.