Odisha Link
Bridging the Missing Links in Odisha

ଉଡ଼ାଣ ପରେ ନିଖୋଜ ହେଲା ବିମାନ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ। ଯାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।

ଶନିବାର ଅପରାହ୍ନରେ ଇଣ୍ଡୋନେସିଆ ଶ୍ରୀଜୟ ଏୟାର ଫ୍ଲାଇଟ୍‌ ୧୮୨ ବିମାନ ସୋକାର୍ନୋ-ହାଟା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନ ଉଡ଼ାଣର କିଛି ସମୟ ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହରାଇଥିଲା। ପରେ ବିମାନଟି ନିଖୋଜ ଅଛି ବୋଲି ବ୍ଲୁମବର୍ଗ ରିପୋର୍ଟ କରିଛି। ବିମାନରେ ୫୬ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ।

Comments are closed.