Odisha Link
Bridging the Missing Links in Odisha

ନକଲି ମୋବିଲ କାରଖାନାରେ ଉପରେ ଚଢ଼ାଉ

ଯାଜପୁର: କିଛି ଦିନ ହେବ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି ନକଲି ମୋବିଲ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ଏମିତ ଏକ ଘଟଣା ଦୋଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ବାଲିଚନ୍ଦ୍ରପୁରଠାରେ ଦୀର୍ଘଦିନ ଧରି ବେଆଇନ୍ ଭାବେ ଏହି ମୋବାଇଲ ଖାରଖାନା ଚାଲୁଥିଲା।

ଏହି ଘଟଣା ଲୋକ ଲୋଚନ ଆସିବା ପରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ଲୋକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି।

ପୂର୍ବରୁ ମଧ୍ୟ ଏଠାରେ ବେଆଇନ ଭାବେ ନକଲି ମୋବିଲ କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ବିଭିନ୍ନ କମ୍ପାନୀରୁ ବାହାରୁ ଥିବା ରିଜେକ୍ଟ ତେଲକୁ ଏଠାରେ ଅପମିଶ୍ରଣ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍ ଜାରି ରଖିଛି।

Comments are closed.