Odisha Link
Bridging the Missing Links in Odisha

ଝାଡ଼ଖଣ୍ଡରେ ନିର୍ଭୟା ପୁନରାବୃତ୍ତି, ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଗ୍ଲାସ୍

ଝାଡ଼ଖଣ୍ଡ: ଉତ୍ତରପ୍ରଦେଶ ପରେ ଏବେ ଝାଡ଼ଖଣ୍ଡରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି। ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଛନ୍ତି ଷ୍ଟିଲ ଗ୍ଲାସ୍। ଏଭଳି ଏକ ଘୃଣ୍ୟ ଘଯଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରାରେ।

ସୂଚନା ମୁତାବକ, ଗତ ଗୁରୁବାର ଶୌଚ ହେବାକୁ ଯାଇଥିବା ଜଣେ ୫୦ ବର୍ଷୀୟ ବିଧବା ମହିଳାଙ୍କୁ ଟେକି ନେଇ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଛନ୍ତି। ଏହା ପରେ ଦୁର୍ବୃତ୍ତମାନେ ପରେ ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଥିବା ଜଣାପଡିଛି। ଏଥିସହ ଦୁଷ୍କର୍ମ ବିଷୟରେ କାହାକୁ ଜଣାଇଲେ, ପରିସ୍ଥିତି ଏହାଠାରୁ ଆହୁରି ଭୟାବହ ହେବ ବୋଲି ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲେ ୩ଦୁର୍ବୃତ୍ତ।

ଅନ୍ୟ ପକ୍ଷରେ ପୀଡ଼ିତା ଘରକୁ ଫେରିବାକୁ ବିଳମ୍ବ କରିବାରୁ ପରିବାର ଲୋକେ ତାଙ୍କୁ ଆଖ ପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ପଡ଼ିଥିବାର ଦେଖି ପରିବାର ଲୋକେ ତାଙ୍କୁ ହଣ୍ଟରଗଞ୍ଜ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଂକଟଜନକ ଥିବାରୁ ସେଠାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ପୀଡ଼ିତା ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଏହି ଘଟଣାର ଅଭିଯୋଗ ହେବା ପରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାପଡ଼ିଛି।

Comments are closed.