Odisha Link
Bridging the Missing Links in Odisha

ପୋଡ଼ିହୋଇ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ପରିବାରର ୪ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ। ନିଆଁରେ ମା’, ପୁଅ, ବିବାହିତା ଝିଅ ଓ ନାତୁଣୀ ପୋଡ଼ିହୋଇ ଯାଇଛନ୍ତି। ଘର ଭିତରୁ ପୋଲିସ୍‌ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି IGHରେ ଭର୍ତ୍ତି କରିଛି। କିପରି ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Comments are closed.