Odisha Link
Bridging the Missing Links in Odisha

ସ୍ବାମୀଙ୍କ ନାମରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରୀତି

ମୁମ୍ବାଇ: ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ତାଙ୍କ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ,ତାଙ୍କ ସ୍ବାମୀ ତାଙ୍କୁ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଯନ୍ତ୍ରଣା ଦେଉଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ମଧ୍ୟ ନିଜ ଦୁଃଖ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ପ୍ରୀତି କହିଛନ୍ତି ଯେ, ପୂର୍ବରୁ ମୁଁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲି। ମାତ୍ର ଏ ନେଇ କୌଣସି ଶୁଣାଣି ହୋଇ ନ ଥିଲା। ତେଣୁ ପରେ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପିଏମ୍‌ଙ୍କୁ ଟ୍ୟାଗ୍‌କରି ଆପତ୍ତି ଜଣାଇଥିଲି ବୋଲି କହିଛନ୍ତି।

ଏହାପରେ ଖଡକପାଡ଼ା କଲ୍ୟାଣ ପୁଲିସ ପ୍ରୀତିଙ୍କ ଅଭିଯୋଗ ଉପରେ ସ୍ବାମୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛି। ଏହାର କପି ସେନୈନା ହୋଲେ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ପ୍ରୀତି ଅଭିଜିତ ପେଟକରଙ୍କୁ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ବିଗତ କିଛି ଦିନ ହେବ ସେ ଏହି ମାମଲା ନେଇ ସୋସିଆଲ ମିଡିଆ ମାଧ୍ୟମରେ ମହାରାଷ୍ଟ୍ର ସରକାର, ପୁଲିସ ଏବଂ ଅନ୍ୟ ଲୋକଙ୍କ ସହାୟତା ମାଗିଛନ୍ତି।

ପ୍ରୀତି କହିଛନ୍ତି ଯେ, ସ୍ବାମୀ ଅଭିଜିତ ଜଣେ ମୁସଲମାନ ଏବଂ ସେମାନଙ୍କ ବିବାହ ମସଜିଦ୍‌ରେ ହୋଇଥିଲା। ମୁସଲିମ ନିୟମ ଅନୁଯାୟୀ ତାଙ୍କୁ ମସଜିଦ୍‌ରୁ ପ୍ରମାଣପତ୍ର ଦିଆଯାଇ ନ ଥିଲା। ଏବେ ଅଭିଜିତ ପ୍ରୀତିଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହି ମାରପିଡ କରୁଥିବା ସେ ଅଭିଯୋଗ କରିଛନ୍ତି।

Comments are closed.