କଟକରେ ବୃଦ୍ଧଙ୍କ ଆତ୍ମହତ୍ୟା, ବିଧବା ହେଲେ ୭ ମହିଳା

କଟକ: ପାରିବାରିକ କଳହର କରୁଣ ପରିସ୍ଥିତି। ପାରିବାରିକ ବିବାଦ ଏତେ ମାତ୍ରାରେ ହୋଇଥିଲା ଯେ, ଜଣେ ବୃଦ୍ଧ ସହ୍ୟ କରି ନପାରି ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ଏଭଳି ଏକ ଖବର ଆସିଛି କଟକ ଜିଲ୍ଲାରୁ। ଅପରପକ୍ଷେ, ବୃଦ୍ଧ ଜଣଙ୍କ ମୃତ୍ୟୁ ପରେ ୭ ଜଣ ମହିଳା ବିଧବା ହୋଇଥିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ବୃଦ୍ଧ ବ୍ୟକ୍ତିଙ୍କ ନାମ ନେପାଳ ନାୟକ। ସେ ପୂର୍ବରୁ ୬ ଜଣ ମହିଳାଙ୍କୁ ବିବାହ କରିଥିଲେ। ୭ମ ଥର ପାଇଁ ସେ ଆଉ ଜଣେ ମହିଳାଙ୍କୁ ବିବାହ କରିବା ପରେ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦକୁ କେନ୍ଦ୍ର କରି ବୃଦ୍ଧ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିବା ଭଳି ଘଟଣା ବିଡାନାସୀ ଡଅଁଳା ସାହିରେ ଚର୍ଚ୍ଚା ସୃଷ୍ଟି ହୋଇଛି।
ବିଡାନାସୀ ଡଅଁଳା ସାହିର ନେପାଳ ୬ ଜଣଙ୍କୁ ବିବାହ କରି ସେହି ସାହିରେ ରଖିଥିଲେ। ଗଲା ଏକ ମାସ ତଳେ ସେହି ସାହିର ଜଣେ ବିଧବା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ି କେଉଁଆଡେ ଚାଲିଯାଇଥିଲେ। ନିକଟରେ ଘରକୁ ଫେରିବା ପରେ ବିବାହକୁ କେନ୍ଦ୍ର କରି ଘରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅପରାହ୍ନ ପ୍ରାୟ ୪ଟା ବେଳେ ନେପାଳ ଘର ଭିତର ପଟୁ ବନ୍ଦ କରି ବେକରେ ଆତ୍ମହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପ୍ରଥମ ସ୍ତ୍ରୀର ପୁତ୍ର ମିଟୁ ନାୟକ ବିଡାନାସୀ ଥାନାରେ ଅଭିଯୋଗ କରିଛନ୍ତି।