Odisha Link
Bridging the Missing Links in Odisha

ଭୁବନେଶ୍ୱରର ୫ଟି ହସ୍ପିଟାଲରେ ହେବ ଟିକାକରଣ

ଭୁବନେଶ୍ୱର: ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ ଟିକା। ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଓଡ଼ିଶାକୁ ଅଣା ଯାଉଛି। ଏହି କରୋନା ଭାକସିନ୍‌ ଭୁବନେଶ୍ୱରରେ ମୋଟ ୨୧ ହଜାର ଲୋକଙ୍କୁ ଦିଆଯିବ। ସେ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ।

ବିଏମସି କମିଶନରଙ୍କ ମୁତାବକ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡକ୍ଟର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତେବେ ଆଜି ସଂଧ୍ୟା ପର୍ଯ୍ୟାନ୍ତ ରେଜିଷ୍ଟ୍ରେସନ୍ ଓପନ୍ ରହିଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନ୍ ରେ କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯାଉଛି। କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ଲଞ୍ଚ କରାଯିବ।

Comments are closed.