Odisha Link
Bridging the Missing Links in Odisha

ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର

ନୂଆପଡା : ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର। ଝିମିଟି ଖେଳରୁ ମହାଭାରତ। ସ୍ୱାମୀ ଡିଗଶନ ସୁନାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲା କୋମନା ଥାନା ବାଗମୁଣ୍ଡା ଗାଁରେ ଘଟିଛି।

ସୂଚନା ଅନୁସାରେ , ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିଥିଲା । ପରିବାର ଲୋକେ ଯେତେ ବିଝାସୁଝା କରିଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ।

ଏହିପରି ଭାବେରେ ୨ଜଣଙ୍କ ଝଗଡ଼ା ଲାଗିରହିଥିଲା । ତେବେ କିଛି ସମୟ ପରେ ଉଭୟ ନିଜ ନିଜ ଘରେ ଶୋଇଥିଲେ । ସ୍ବାମି ସ୍ତ୍ରୀ କଳି ଏଭଳି ରୁପ ନେଇଥିଲା ଯେ ପାଖରେ ଥିବା ଏକ ଟାଙ୍ଗିଆରେ ସ୍ବାମି ଉପରେ ଚୋଟ ମାରିଥିଲା ସ୍ତ୍ରୀ ।

ଯେଉଁଥିରେ ସ୍ବାମୀ ଡିଗଶନ ସୁନାନୀଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ଭୟରେ ସ୍ତ୍ରୀ ଟୁନି ଘର ଛାଡି କୁଆଡେ ଫେରାର ହୋଇଯାଇଥିବା ବେଳେ ଖୋଜାଖୋଜି ଜାରି ରହିଛି । ସେପଟେ ଗୁରୁତର ଡିଗସନଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏନେଇ କୋମନା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣା ପଡିଛି ।

Comments are closed.