Odisha Link
Bridging the Missing Links in Odisha

ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ। ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା ସୂଚନା ଦେଇଛନ୍ତି।

ପୁଲିସର ସୂଚନା ଅନୁୟାୟୀ ସ୍ଥାନୀୟ ମଦ ପିଇବା ପରେ ପ୍ରଥମେ ମୃତକମାନେ ରାତିରେ ବାନ୍ତି କରିଥିଲେ। ଏହାପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକମାନେ ମୋରେନାର ଦୁଇଟି ଅଲଗା ଅଲଗା ଗାଁର ଲୋକେ। ପହୱାଲି ଗାଁରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନାର ମନପୁର ଗ୍ରାମରେ ୭ ଜଣ ପ୍ରାଣ ହରାଇଛନ୍ତି।

ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗ୍ୱାଲିଅରକୁ ପଠାଯାଇଛି। ଡାକ୍ତରଖାନା ଯିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ଆମ୍ବୁଲାନ୍ସ ଯୋଗେ ଶବକୁ ନେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ସମ୍ପର୍କୀୟମାନେ ମୃତଦେହକୁ ଟ୍ରାକ୍ଟରରେ ନେବାକୁ ଦାବି କରିଛନ୍ତି।

Comments are closed.