Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆକୁ ଅଷ୍ଟମ ଝଟକା, ବ୍ରିସ୍‌ବେନ୍‌ ଟେଷ୍ଟରେ ଖେଳିବେନି ବୁମରା!

ସିଡନୀ: ଜାନୁଆରୀ ୧୫ ତାରିଖରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଉଭୟ ଭାରତ-ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିବା ବେଳେ ସିଡନୀ ଟେଷ୍ଟ ମ୍ୟାଚ୍‌ ଡ୍ରରେ ସମାପ୍ତ ହୋଇଛି। ଯାହାଫଳରେ ସିରିଜର ନିର୍ଣ୍ଣାୟକ ମୁକାବିଲା ହେବାକୁ ଯାଉଛି ବ୍ରିସ୍‌ବେନ୍‌ ଟେଷ୍ଟ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର। ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜାଙ୍କ ପରେ ଏବେ ବୁମରାଙ୍କୁ ନେଇ ଆସିଛି ଖରାପ ଖବର।

ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତିମ ଟେଷ୍ଟ ଖେଳି ନପାରନ୍ତି ବୁମରା। ୪ର୍ଥ ଟେଷ୍ଟ ମ୍ୟାଚରେ ବୁମରାଙ୍କ ଖେଳିବା ନେଇ ସସପେନ୍ସ ଜାରି ରହିଛି। ପ୍ରେସ୍‌ ଟ୍ରଷ୍ଟ ଅଫ‌ ଇଣ୍ଡିଆ (ପିଟିଆଇ)ର ସୂଚନା ମୁତାବିକ ଆହତ କାରଣରୁ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟପଟେ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଯଦି ବୁମରା ୫୦ ପ୍ରତିଶତ ଫିଟ୍‌ ହେବେ ତେବେ ବ୍ରିସ୍‌ବେନ୍ ଟେଷ୍ଟ ଖେଳିବେ।

ରୋମାଞ୍ଚକର ସ୍ଥିତିରେ ବର୍ଡର-ଗାଭାସ୍କର ଟ୍ରଫି ଥିବାବେଳେ ବୁମରାଙ୍କ ଆହତ ଟିମ୍‌ ଇଣ୍ଡିଆ ପାଇଁ ଆଦୌ ଭଲ ଖବର ନୁହେଁ। ବୁମରାଙ୍କ ପୂର୍ବରୁ ମହମ୍ମଦ ସାମି, ଉମେଶ ଯାଦବ ଓ ଲୋକେଶ ରାହୁଲ ଆହାତ ହୋଇ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ି ସ୍ବଦେଶ ଫେରିଛନ୍ତି। ଏହାପରେ ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜା ମଧ୍ୟ ଟେଷ୍ଟ ସିରିଜରୁ ବାଦ ପଡ଼ଇଛନ୍ତି। ଅଶ୍ବିନୀ ଓ ପନ୍ତ ଆହତ ଥିବା ସତ୍ତ୍ବେ ସେ ଏପର୍ଯ୍ୟନ୍ତ ମ୍ୟାଚ୍‌ ଖେଳୁଛନ୍ତି।

Comments are closed.