Odisha Link
Bridging the Missing Links in Odisha

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ଆଜି ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ସାଶୋଳ ଗାଁରୁ ୪ କ୍ବିଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।ନକଲି ଗୁଣ୍ଡି ପ୍ରସ୍ତୁତ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଛି।

୩ ଟି ଗୋଦାମରେ ସଦର ଥାନା ପୋଲିସର ଚଢ଼ାଉ କରିଛି। ଗତକିଛି ଦିନ ହେବ କଟକର ବିଭିନ୍ନ ସ୍ଥାନରେ ଲଗାତାର ନକଲି ସାମଗ୍ରୀ ଜବତ ହେବାର ଲାଗିଛି। ସିନ୍ଥେଟିକ ପନିର, ଅପମିଶ୍ରିତ ଘିଅ, ସସ୍‌, ତେଲ, ଚା ପତି ଭଳି ନକଲି ସାମଗ୍ରୀ ଜବତ ହୋଇଛି।

Comments are closed.