Odisha Link
Bridging the Missing Links in Odisha

ଲେଉଟିଲା ଶୀତ, ଖସିଲା ପାରଦ

ଭୁବନେଶ୍ବର: ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ଲେଉଟିଛି ଶୀତ। ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରରେ ମଧ୍ୟ ତାପମାତ୍ରା ତଳକୁ ଖସିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି। ବି‌ଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ। ଘନ କୁହୁଡି ସାଙ୍ଗକୁ ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା।ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆସନ୍ତା ୨ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ତେଣୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ଭୁବନେଶ୍ୱରରେ କୁହୁଡି ଦେଖାଦେବ। ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳରେ ଘନ କୁହୁଡି ଦୃଶ୍ୟମାନ ହେବ। ଏହି ସ୍ଥାନଗୁଡିକରେ ଦୃଶ୍ୟମାନ ୨ଶହ ମିଟରରୁ କମ୍ ରହିବ।

Comments are closed.