Odisha Link
Bridging the Missing Links in Odisha

ଆଜିଠୁ ୯ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ୯ ଦିନ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏହି ସମୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଭିତରକନିକାର ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ ଗଣନା କରାଯିବ। ଏହି ଗଣନାରେ ଫରେଷ୍ଟର, ଫରେଷ୍ଟଗାର୍ଡଙ୍କ ସହ କର୍ମଚାରୀମାନେ ଅଂଶଗ୍ରହଣ କରିବେ। କୁମ୍ଭୀର ବିଶାରଦ ତଥା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଗଣନା କରାଯିବ ବୋଲି ଜଣାପଡ଼ିଛି।

ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି। ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି, ଗହୀରମଥା ରେଞ୍ଜରେ ୨ଟି ଓ ମହାକାଳପଡା ରେଞ୍ଜରେ ୨ଟି ଦଳ ଗଠନ କରାଯାଇଛି।

Comments are closed.