Odisha Link
Bridging the Missing Links in Odisha

ପେଟ୍ରୋଲ୍ ପମ୍ପ୍‌ରେ ବୋମାମାଡ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ। ନୟାଗଡ ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି। ସାମାନ୍ୟ ବଚସାକୁ ନେଇ ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପରେ ବୋମା ପକାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ବୋମାମାଡ ପଳରେ ନିଆଁ ଲାଗି ପେଟ୍ରୋଲ ପମ୍ପର ମାପଓଜନ ମେସିନ ଜଳିଯାଇଛି। ଖଣ୍ଡପଡା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଗତ କାଲି ରାତି ପ୍ରାୟ ୩ଟା ପରେ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ବାନାମ୍ବର ମାଝୀ ଏକ ବଟଲ ଧରି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ପେଟ୍ରୋଲ ମାଗିଥିଲେ ମଧ୍ୟ ମିଳି ନ ଥିଲା। ଏହାକୁ ନେଇ  ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ଯୁବକଜଣକ ରାତିରେ ରାସ୍ତାରେ ଛିଡ଼ା ହୋଇ ଏକ ପେଟ୍ରୋଲ  ବମ୍‌ ଟାଙ୍କି ଉପରକୁ ପକାଇଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀ ସଙ୍ଗେସଙ୍ଗେ ବାଲି ଓ ଗ୍ୟାସ ସାହାଯ୍ୟରେ ନିଆଁ ଲିଭାଇଥିଲେ ।

Comments are closed.