୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ
ସୁରାଟ: ଗୁଜୁରାଟର ସୁରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ସୁରଟର କିମ୍ ଚାର୍ ରାସ୍ତାର ଫୁଟ୍ପାଥରେ ୧୮ ଜଣଙ୍କ ଉପରେ ଚଢ଼ି ଗଲା ଏକ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି ।
ଦୁର୍ଘଟଣା ଅନ୍ୟ କେତେକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଲଗାତର ଭାବେ ସେମାନଙ୍କ ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ସୁରାଟର କିମ୍-ମାଣ୍ଡବ ରୋଡ୍ରେ ଏକ ଟ୍ରକ ଓଭର ଟେକ୍ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଧକ୍କା ଯୋଗୁଁ ଭାରସାମ୍ୟ ହରାଇ ଫୁଟପାଥ୍ରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା ।
ଫଳରେ ସେମାନଙ୍କ ମଧ୍ୟରେ ୧୫ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତାହତ ଶ୍ରମିକମାନେ ରାଜସ୍ଥାନର ବାସଓ୍ୱାଡା ଜିଲ୍ଲାର କୁଶଲଗଡ଼ର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
Comments are closed.