Odisha Link
Bridging the Missing Links in Odisha

ଆଜି ସ୍ବର୍ଗତ ସୁଶାନ୍ତ ସିଂଙ୍କ ଜନ୍ମ ଦିନ

ମୁମ୍ବାଇ: ଆଜି ବଲିଉଡ଼ ଅଭିନେତ ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମ ଦିନ। ସେ କିନ୍ତୁ ଆଜି ଆମ ଗହଣରେ ନାହାଁନ୍ତି। ତାଙ୍କ ମୃତ୍ୟୁକୁ ୭ ମାସ ବିତି ଗଲାଣି। ହେଲେ ସେ ଏବେବି ସମସ୍ତଙ୍କ ମନରେ ରହିଛନ୍ତି। ସୁଶାନ୍ତ ସିରିୟଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ଆଜି ସୋସିଆଲ୍‌ ମିଡିଆରେ ଓ୍ୱାନ୍‌ ଡେ ଫ୍‌ ସୁଶାନ୍ତ ନାଁର ଟ୍ରେଣ୍ଡ ମଧ୍ୟ କରୁଛି । ୧୯୮୬ ମସିହାର ଜାନୁଆରୀ ୧୨ତାରିଖରେ ବିହାରର ପାଟନାରେ ସୁଶାନ୍ତଙ୍କ ଜନ୍ମ । ସୁଶାନ୍ତ ଟିଭି ଜଗତର ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ଅଭିନୟ ଆରମ୍ଭ କରିଥିଲେ। କିନ୍ତୁ ପ୍ରଯୋଜକ ଏକତା କପୁରଙ୍କ ସିରିଏଲ୍‌ ପବିତ୍ର ରିସ୍ତା ଖୁବ୍‌ ପରିଚୟ ଦେଇଥିଲା । ତାପରେ ସିନେମା କାଇ ପୋ ଚେରେ ଅଭିନୟ କରି ସିନେ ଜଗତରେ ପାଦ ଦେଇଥିଲେ।

ସେ ଅନେକ ହିଟ୍ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ। କାଇ-ପୋ-ଚେ, ଏମ୍‌ ଏସ୍‌ ଧୋନି ଦି ଅନଟୋଲ୍ଡ ଷ୍ଟୋରି, ପି.କେ, କେଦାରନାଥ, ଛିଛୋରେ, ସୋନଚିଡ଼ିଆ, ରବ୍‌ତା, ଅନେକ ସିନେମାରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସିନେମା ‘ଦିଲ୍‌ ବିଚେରା’, ଶେଷ ସିନେମା ଭାବେ OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ୨୦୨୦, ଜୁନ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଏହି ଖବର ଅନେକଙ୍କୁ ଚକିତ କରିଥିଲା।

Comments are closed.