ଅଭିନେତ୍ରୀ କଙ୍ଗନାଙ୍କୁ ମୁମ୍ବାଇ ପୁଲିସର ସମନ

ମୁମ୍ୱାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମୁମ୍ବାଇ ପୁଲିସ ସମନ ପଠାଇଛି। ତାଙ୍କୁ ଆସନ୍ତା କାଲି ଜୁହୁ ପୁଲିସ ନିକଟରେ ହାଜିର ହେବାକୁ କୁହା ଯାଇଛି। ଏକ ସାକ୍ଷାତକାରରେ କଙ୍ଗନା, ଅଖତରଙ୍କ ବିରୋଧରେ ବିବାଦୀୟ ଏବଂ ଭିତ୍ତିହୀନ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଗତବର୍ଷ ନଭେମ୍ୱର ମାସରେ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ନିକଟରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ।
ଜାଭେଦଙ୍କ ଅଭିଯୋଗ ମୁତାବକ, ହ୍ରିତିକ ରୋଶନଙ୍କ ସହ ଥିବା ସମ୍ପର୍କକୁ ନେଇ କଙ୍ଗନାଙ୍କୁ ଜାଭେଦ ଚୁପ୍ ରହିବାକୁ ଧମକ ଦେଇଥିଲେ। ଏହା ଏକ ମିଛ ଅଭିଯୋଗ ଥିଲା। କଙ୍ଗନାଙ୍କ ସାର୍ବଜନୀନ ରୂପେ ଜାଭେଦଙ୍କ ଛବିକୁ ବିଗାଡିବା ପାଇଁ ଏଭଳି ମିଛ ଆରୋପ ଲଗାଇଥିବା ଅଭିଯୋଗ ହୋଇଛି।
ତେବେ ଏହି ମାମଲରେ ଜାନୁଆରୀ ୧୭ ତାରିଖ ଦିନ କୋର୍ଟ ଏହାର ତଦନ୍ତ କରିବାକୁ ମୁମ୍ବାଇ ପୁଲିସକୁ କହିଥିଲେ। ଫେବ୍ରୁଆରୀ ୧ ତାରିଖ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
Comments are closed.