Odisha Link
Bridging the Missing Links in Odisha

ପୁଣି ନକଲି କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ନକଲି କାରଖାନା ଠାବ । ପୁଲିସ ବିପୁଳ ପରିମାଣର କାଠଗୁଣ୍ଡ, ଚାଉଳ ଓ ଖୁଦ ଜବତ କରିଛି। ଗୁରୁବାର ସକାଳେ ବଡବଜାର ପାଣ୍ଡବନଗରରେ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଚାଲିଥିବା ବେଳେ ଚଢାଉ ହୋଇଥିଲା ।

ପ୍ରକାଶ ଅନୁସାରେ , ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା । ଫଳରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢାଉ କରିଥିଲା । ପୁଲିସ ପାଣ୍ଡବନଗରରେ ଚଢାଉ ବେଳେ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ।

ଦୀର୍ଘଦିନ ହେଲା ଏହି ସ୍ଥାନରେ ନକଲି କାରଖାନା ଚାଲିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା ।

Comments are closed.